Mobile Advisory

Sl No.Message sent to farmerDate Sent
1 କପା ଚାଷ ରେ ଫେରୋମୋନ ଟର୍ପ ବସାଇ ପାଟଲ ବକରା କୀଟ ର ଉପସ୍ତିତି ସମ୍ବନ୍ଧ ରେ ସଚେତନ ହୁଅନ୍ତୁ 21 Nov 2016
2 ଅମଳ ପରେ ଧାନକୁ ୨-୩ ଟି ଟାଣ ଖରା ରେ ଖୁଆଇ ରଖନ୍ତୁ ଓ ଧାନ ସାଇତିବା ପୂର୍ବରୁ ଅମାର ଘର ସଫା କରି, କାନ୍ଥ , ଛାତ କିମ୍ବା ଚଟାଣ ରେ ଫାଟ ବା କଣା ଥିଲେ ମାଟି ବା ସିମେଣ୍ଟ ଦ୍ୱାରା ବନ୍ଦ କରି ଦିଅନ୍ତୁ15 Nov 2016
3 ଧାନ ଚାଷରେ ୮୫ ଭାଗ କେଣ୍ଡା ପାଚି ଯାଉଥିଲେ ବିଳମ୍ବ ନ କରି ଧାନ କାଟି ଦିଅନ୍ତୁ08 Nov 2016
4 ସୋରିଷ ଫସଲରେ ଯଉ ପୋକ ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଦାଈମିଥନେଟ କିମ୍ବା ୫୦ ମିଲି ଇମିଡା କୋଳପ୍ରିଡ଼ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ08 Nov 2016
5 ଖରା ଟିଆ ମୁଗ ଓ ବିରି ବୁଣିବାର ୧୦ ଦିନ ମଧ୍ୟ ରେ ଗଛକୁ ଗଛ ୧୦ ସେମି ବ୍ୟବଧାନ ରେ ଗଛକୁ ପତଳା କରି ଦିଅନ୍ତୁ ଓ ଫସଲ 2-୩ ସପ୍ତାହ ହୋଇଗଲେ କୋଡା ଖୋସା କରି ଘାସ ବାଛି ଦିଅନ୍ତୁ କାର୍ଯ୍ୟକ୍ରମ ସଂୟୋଯକ, କୃଷି ବିଜ୍ଞାନ କେନ୍ଦ୍ର, ବଲାଂଗିର୍15 Mar 2017
6 ଧାନରେ ମାଟିଆଗୁଣ୍ଡ ବା ଚକଡାପୋକ ର ନିୟନ୍ତ୍ରଣ ନିମନ୍ତେ ଜମିରେ ପ୍ରତି ୧ମି ବ୍ୟବଧାନ ରେ ପହି କରନ୍ତୁ ଯେପରି ବାୟୁ ଓ ଅଳକା ଚାଲ କରିପାରିବ ଓ ଜମିରୁ ୨-୩ ଦିନ ପାଣି କାଟି ଦିଅନ୍ତୁ ଓ ତାପରେ ପୁନଶ୍ଚ ପାଣି ପୁରାନ୍ତୁ |06 Nov 2017
7 ଚକଡା ଆକ୍ରାନ୍ତ ଖେତ ରେ ୮୫% ଧାନ ପାଚିଥିଲେ ଅମଳ କରି ନିଅନ୍ତୁ06 Nov 2017
8 ଆମ୍ବ ଗଛରେ ବଉଳ ବାହାରିବା ସମୟରେ ଆମ୍ବ ଡାଆଣି, anthaknoj ଓ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ଥିବାରୁ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ ସଲଫର ସେଚିତ ଗୁଣ୍ଡ କିମ୍ବା କାରଥେନ ଏବଂ ୨ ମିଲି ରୋଗର ମିଶାଇ ସିଞ୍ଚନ କରନ୍ତୁ |09 Feb 2018
9 ଜଳ ସେଚିତ ଜମିରେ ଫେବୃଆରୀ ତୃତୀୟ ସପ୍ତାହରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା | ଖରାଟିଆ ମୁଗ ଓ ବିରି ବୁଣାବୁଣି କାମ ଶେଷ କରନ୍ତୁ |07 Feb 2018
10 ଡ଼ାଳୁଅ ଧାନ ରେ ତଳି ଘରା ରେ ଦାନାଦାର ଔଷଧ ପ୍ରୟୋଗ କରିନଥିଲେ ରୋଇବା ପୂର୍ବରୁ ତଳି ଚେର କୁ ଶତକଡା ୦.୨ ଭାଗ କ୍ଲୋରୋ ପାଇରିଫସ ଦ୍ରବଣରେ ୧୦ ରୁ ୧୨ ଘଣ୍ଟା ବିଶୋଧାନା କରି ରୁଅନ୍ତୁ |10 Jan 2018
11 ଡ଼ାଳୁଆ ଧାନ ରୋଇବା ସମୟରେ ୧୦ କିଗ୍ରା ଆଜୋସ୍ପିରିଲମ ବ୍ୟାକଟେ ରିଆ ୫ ଲିଟର ପାଣିରେ ମିଶାଇ ସେଥିରେ ତଳି ଛେରା ବୁଡାଇ ରୁଅନ୍ତୁ କିମ୍ବା ଫୋସ୍ପୋକଲଚର କୁ ୫୦ କିଗ୍ରା ଖଟରେ ମିଶାଇ କାଦୁଅ ପୂର୍ବରୁ ପ୍ରୟୋଗ କରନ୍ତୁ |10 Jan 2018
12 ଡାଲୁଆ ଧାନ ପାଇଁ ଧାନ ତଳି ୪-୫ ପତ୍ର ର ହୋଇଗଲେ ରୁଆ କାମ କରନ୍ତୁ ଓ ବୁଦା ପ୍ରତି ୨-୩ ଟି ତଳି ସିଧା ଅଗଭୀର ଓ ଧାଡି ରେ ରୁଅନ୍ତୁ |10 Jan 2018
13 ଡ଼ାଳୁଅ ଧାନ କରିବାର ଥିଲେ ଭଲ ଗୁଣାତ୍ମକ ମାନ ଥିବା କିସମ ବ୍ୟବହାର କରନ୍ତୁ ଯଥା CR Dhan -601, CR Dhan -203, CR Dhan -୨୦୫, CR Dhan -୨୦୬, ଚନ୍ଦନ, ଲଲାଟ, ନବୀନ , MTU -୨୦୧୦ |16 Dec 2017
14 ଧାନ ଅମଳ ପରେ ବିଲରେ ବତାର ଦେଖି ମୁଗ, ବିରି , (ଟର୍ମ -୧, ସମ୍ରାଟ , OUM -୧-୫, PDM -୫୪, ବିରାଟ, IPM -୨-୩, SML -୬୬୮) ଇତ୍ୟାଦି ବୁଣାବୁଣି ସାରି ଦିଅନ୍ତୁ |16 Dec 2017
15 ଧାନ ଅମଳ ପରେ କଳରେ ଚାଉଳ କରିବା ପାଇଁ ସେକଡ ୧୪ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ | ମାତ୍ର ବିହନ ପାଇଁ ରଖିବାକୁ ଥିଲେ ଶତକଡା ୧୨ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ |09 Dec 2017
16 ଶତକଡା ୮୦ ଭାଗ ଧାନ ପାଚିଗଲେ କାଟି ଦିଅନ୍ତୁ ଓ ଧାନ ଅମଳ କରି ଭଲ ଭାବରେ ଶୁଖାଇ ଦିଅନ୍ତୁ ଏବଂ ଏହାର ଭଲ ମୂଲ୍ୟ ପାଇବା ପାଇଁ ନ ମିଶାଇ ଅଲଗା ଅଲଗା କିସମ ଅଲଗା ବସ୍ତା ରେ ରଖନ୍ତୁ |06 Dec 2017
17 ଲଙ୍କାର ମୂଳ ଶଢା ରୋଗ ଦମନ ପାଇଁ ନର୍ସରୀ କୁ ପଲିଥିନ ରେ ଆଚ୍ଛାଦନ କରନ୍ତୁ ଓ ତଳି ଘର ରେ କାପଟନ ୨ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ30 Nov 2017
18 ବିଲାତି ବାଇଗଣ ଓ ବାଇଗଣ ର ଝାଉଁଳା ରୋଗ ଦମନ ପାଇଁ ଷ୍ଟ୍ରେପ ଟୋସାଇକ୍ଲିନ ୧.୫ ଗ୍ରାମ + କପର ଅକ୍ସକ୍ଳ ରାଇଡ଼ ୨୫ ଗ୍ରାମ ୧୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |30 Nov 2017
19 ସୋରିଷ ଯଉ ପୋକର ଦମନ ପାଇଁ ଡାଇମିଥୋଏଟ (ରୋଗର ) ୨୦ ମିଲି କିମ୍ବା ଇମିଡାକ୍ଲୋପିଡ଼ ୩ ମିଲି, ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |30 Nov 2017
20 ବାଦାମ ର ମୂଳ ଶଢା ରୋଗର ପ୍ରତିକାର ପାଇଁ ଥାୟୋଫେନେଟ ମିଥାଇଲ ୧.୫ ଗ୍ରାମ ପ୍ରତିଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |25 Nov 2017
21 ସଂଶୋଧନ -ଲଘୁଚାପ ବର୍ଷା ଯୋଗୁଁ ଅମଳ ନ ହୋଇଥିବା ପାଚିଲା ଧାନ ଗଜା ନ ହେବା ପାଇଁ ୨% (୨୦ ଗ୍ରାମ ପ୍ରତି ଲିଟର ) ଲୁଣ ଦ୍ରବଣ ସିଞ୍ଚନ କରନ୍ତୁ |16 Nov 2017
22 ବର୍ଷା ଯୋଗୁଁ ପାଚିଲା ଧାନ ଜମିରେ ପଡି ଗଜା ହୋଇପାରେ, ତେଣୁ ଅମଳ ଫସଲକୁ ଜମିରେ ରଖନ୍ତୁ ନାହିଁ ଏବଂ ଯଦି ଫସଲ ଅମଳ ହୋଇପାରୁ ନାହିଁ, ୭% ଲାବନ ମିଶ୍ରଣ (୧୦ଗ୍ରାମ ଲୁଣ ୧ ଲିଟର ପାଣିରେ) କୁ ଫସଲରେ ସିଞ୍ଚନ କରନ୍ତୁ |15 Nov 2017
23 ବର୍ଷା ଦାଉରୁ ରକ୍ଷା କରିବା ପାଇଁ କଟା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଆଛାଦାନ କରନ୍ତୁ |15 Nov 2017
24 ୧୬-୧୮ ନଭେମ୍ବର ୨୦୧୭ ମଧ୍ୟରେ ଲଘୁଚାପ ଓ ଡିପ୍ରେସନ ଗତି କରିବା ବେଳେ ବର୍ଷା ହେବାର ସମ୍ଭାବନା ଥିବାରୁ ଯେଉଁ ସ୍ଥାନରେ ଧାନ ଫସଲ ପଡିଯାଉଛି ସେହି ସ୍ଥାନରେ ପାହି କରି ନିଷ୍କାସନ କରନ୍ତୁ |15 Nov 2017
25 ବର୍ତମାନ ଗୁଡ଼ାଖୁ ରୋଗ (False smut ) ପଚି ଆସୁଥିବା ଧାନ ରେ ଦେଖା ଯାଉଅଛି, ତେଣୁ ଆକ୍ରାନ୍ତ କେଣ୍ଡା ଗୁଡିକୁ ନଷ୍ଟ କରନ୍ତୁ ଓ ୮୫% ଧାନ ପାଚି ଆସିଥିଲେ ଅମଳ କରନ୍ତୁ | Roman Script 10 Nov 2017
26 ଚକଡା ଆକ୍ରାନ୍ତ ଖେତ ରେ ୮୫% ଧାନ ପାଚିଥିଲେ ଅମଳ କରି ନିଅନ୍ତୁ06 Nov 2017
27 ଧାନରେ ମାଟିଆଗୁଣ୍ଡ ବା ଚକଡାପୋକ ର ନିୟନ୍ତ୍ରଣ ନିମନ୍ତେ ଜମିରେ ପ୍ରତି ୧ମି ବ୍ୟବଧାନ ରେ ପହି କରନ୍ତୁ ଯେପରି ବାୟୁ ଓ ଅଳକା ଚାଲ କରିପାରିବ ଓ ଜମିରୁ ୨-୩ ଦିନ ପାଣି କାଟି ଦିଅନ୍ତୁ ଓ ତାପରେ ପୁନଶ୍ଚ ପାଣି ପୁରାନ୍ତୁ |06 Nov 2017
28 ଖାଇ ପ୍ରଣାଳୀରେ ଆଖୁ ଲଗାଉଥିବା ଚାଷୀ ତିନି ଆଖିଆ ଆଖୁ ଖଣ୍ଡ ପ୍ରତି ମିଟର ରେ ୪ଟି ଲଗାନ୍ତୁ ଯେପରିକି ଆଖୁ ଗୁଡିକ କଡ଼କୁ ରହିବ ଓ ତା ଉପରେ ୨୫ ସେମି ମାଟି ଘୋଡାଇ ଦିଅନ୍ତୁ30 Nov 2016
29 ନଭେମ୍ବର ମାସର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଆଳୁ ଲଗାଇ ଦିଅ30 Nov 2016
30 ମାଟିଆ ଗୁଣ୍ଡିପୋକର ନିୟନ୍ତ୍ରଣ ପାଇଁ ପ୍ରତି ୧୦ ଫୁଟରେ ନାଳୀ କରନ୍ତୁ ଏବଂ ପୋକର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ଏସିଟାମିପ୍ରିଡ଼ ୧୦୦ ଗ୍ରାମ / ଡ଼ିଡ଼ିଭିପି(୭୬ EC) ୫୦୦ମିଲି /ବୁପ୍ରେଫେଜିମ (୨୫SC)/ ଥାଇମେଥୋସ୍କାମ (25 WG)୫୦g ସିଞ୍ଚନକରନ୍ତୁ01 Nov 2017
31 ରବି ଋତୁ ରେ ସବୁଜ ଘାସ ଚାଷ କରିବା ପାଇଁ ଜମିକୁ ୩-୪ ଓଡ ହଳ କରି ଅନା ବନ ଗଛ ବାଛି ଦିଅନ୍ତୁ ଏବଂ ଏକର ପ୍ରତି ୩-୪ ଶଗଡ଼ ଗାଡି ଜୈବିକ ଖାତା ପ୍ରୟୋଗ କରନ୍ତୁ |31 Oct 2017
32 ମୁଗ, ବିରି, ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ଦିଅନ୍ତୁ |31 Oct 2017
33 ବିଳମ୍ବରେ ଲଗାଯାଇଥିବା ମାଧ୍ୟମ କିସମ ଧାନ ଓ ସଅଳ ଲଗାଯାଇଥିବା ବିଳମ୍ବ କିସମ ଧାନ ଲିଙ୍ଗ ସଂଚାର ଅବସ୍ଥାରେ ଥିଲେ ଏକର ପ୍ରତି ୧୪-୧୮ କେଜି ୟୁରିଆ ଓ ୧୦-୧୨ କେଜି ପଟାସ ସାରା ପ୍ରୟୋଗ କରନ୍ତୁ31 Oct 2017
34 ଆଗରୁ ଲଗାଯାଉଥିବା ସେବତୀ ଗଛରେ ଏକ ମାସର ହୋଇଯାଇଥିଲେ ଗଛ କୁ ଝଙ୍କାଳିଆ କରିବା ପାଇଁ ଅଜରଭାଗକୁ ଛିଣ୍ଡାଇ ଦିଅନ୍ତୁ |25 Oct 2017
35 ସଅଳ ଲଗା ଖରିଫ ଚିନାବାଦାମ ଗଛ ହଳଦିଆ ପଡି ସୁଖୀ ଆସିଲେ ଏବଂ ଚୋପା ର ଭିତର ପାଖରେ କଳା ଦାଗ ଦେଖାଦେଲେ ଅମଳ କରି ଛାଇରେ ଶୁଖାଇ ସାଇତି ରଖନ୍ତୁ |25 Oct 2017
36 ଢିପ ଜମିରେ ରାଶି ବୁଣିବାକୁ ହେଲେ ପ୍ରତି କିଗ୍ରା ବିହନରେ ୨ ଗ୍ରାମ ହିସାବରେ କାରବେଣ୍ଡୋଜିମ କିମ୍ବା ୩ ଗ୍ରାମ ଥିରାମ ଗୋଳାଇ ବିଶୋଧାନା କରନ୍ତୁଓ ଏକର ପ୍ରତି ୪ କିଗ୍ରା ରାଶି ବିହନ ବ୍ୟବହାର କରନ୍ତୁ |25 Oct 2017
37 ଟମାଟୋ, କୋବି ଓ ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରପୋଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ଏ ଗ୍ରାମ ଏଣ୍ଡୋଫିଲ-ଏମ-୪୫ ମିଶାଇ ସିଞ୍ଚନ କରନ୍ତୁ |25 Oct 2017
38 ସୋରିଷ ବୁଣିବ ପୂର୍ବରୁ ଏକର ପ୍ରତି ୨ ଟନ ଶଢା ଗୋବର ଖାତା ସହିତ ୧୨ କେଜି ଯବକ୍ଷାର ଯାନ, ୬ କିଗ୍ରା ଫସଫରସ ଓ ୬ କିଗ୍ରା ପଟାସ ମାଟିରେ ମିଶାଇ ଦିଅନ୍ତୁ ଏବଂ ଧାଡି କୁ ଧାଡି ୩୦ ସେମି ଓ ଗଛ କୁ ଗଛ ୧୦ ସେମି ବ୍ୟବଧାନରେ ବୁଣନ୍ତୁ |18 Oct 2017
39 ସମସ୍ତ ଗୃହ ପାଳିତ ପଶୁ ପକ୍ଷି ବା ପ୍ରାଣୀଙ୍କୁ ସୀତା ଦିନ ଆରମ୍ଭ ରୁ ଶାହଣା, ବାଜାବାଜିଆ , ଫତୁଆ, ପିପିଆର , ରାଣୀ ଖେତ,ଓ କୁକୁଡ଼ା ବସନ୍ତ ରୋଗର ପ୍ରତିଷେଧକ ଟୀକା ଦିଅନ୍ତୁ |07 Oct 2017
40 ଭେଣ୍ଡି ଫସଲରେ ଧଳା ମାଛି ର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଡାଇମେଥୋନେଟ ମିଶାଇ ସିଞ୍ଚନ କରନ୍ତୁ |20 Sep 2017
41 କ୍ଷୀର ଦେବା ଗାଈ ଙ୍କୁ (୨ ଲିଟର) ଏକ କିଗ୍ରା ଦାନ ସହିତ ୫୦ ଗ୍ରାମ ଖଣିଜ ଲାବନ ଦିଅନ୍ତୁ |20 Sep 2017
42 ମାଛ ଜାଅଁଳା ସାଧାରଣତଃ ପାହାନ୍ତା ଅଥବା ସନ୍ଧ୍ୟା ସମୟରେ ପୋଖରୀରେ ଛାଡ଼ନ୍ତୁ20 Sep 2017
43 ଟମାଟୋ ତଳି ଗୁଡିକ ୫ ରୁ ୭ ପତ୍ର ବିଶିଷ୍ଟ ହେଲେ କିଆରୀରେ ୬୦ ସ ୪୫ ସେମି ବ୍ୟବଧାନରେ ଲଗାନ୍ତୁ20 Sep 2017
44 ପାଳ ଛତୁ ଚାଷ ରେ ଅତି ପୁରୁଣା କିମ୍ବା ବର୍ଷ ପାଣିରେ ଅଧା ପଚା ନଡା ବ୍ୟବହାର କରନ୍ତୁ ନାହିଁ |18 Aug 2017
45 ଛତୁ ଘରେ ଅଧିକ ବେଡ଼ ପକାଇବା ପାଇଁ ବାଉଁଶ ସାହାଯ୍ୟରେ ୨ ରୁ ୩ ଟି ଠକ କରନ୍ତୁ , ପ୍ରଥମ ଥକାଟି ଭୂଇଁ ଠାରୁ ୬ ଇଞ୍ଚ ଉଚ୍ଚତା ରେ ରଖନ୍ତୁ , ଓ ଠକ ମଧ୍ୟରେ ବ୍ୟବଧାନ ୩ ଫୁଟ ରଖନ୍ତୁ10 Aug 2017
46 Shaja kisama phula kobi paain kisama Pusa Kadali, arli kanwari chara prastuta karantu. eka ekar paain 200 gram manji , vitavax power (2 gram / 1 kilogram manji) dwara bisodhana kari byabahara karantu02 Aug 2017
47 ଗଜା ହୋଇଥିବା ଧାନ କୁ ଧାଡିରେ ଲଗାଇବା ପାଇଁ ୪ ଧାଡି ବିଶିଷ୍ଟ ଗଜା ଧାନ ବୁଣା ଯନ୍ତ୍ର ବ୍ୟବହାର କରନ୍ତୁ02 Aug 2017
48 ଖରାଟିଆ ମୁଗ ଓ ବିରି ବୁଣିବାର ୧୦ ଦିନ ମଧ୍ୟରେ ଗଛ କୁ ଗଛ ୧୦ ସେମି ବ୍ୟବଧାନ ରଖି ଗଛ କୁ ପତଳା କରି ଦିଅନ୍ତୁ ଏବଂ ଫସଲ ୨ ରୁ ୩ ସପ୍ତାହର ହୋଇ ଯାଇଥିଲେ କୋଡା ଖୁସା କରି ଘାସ ବାଛି ଦିଅନ୍ତୁ 03 Mar 2018
49 କୁକୁଡ଼ାର ଘୁମା ରୋଗର ନିୟନ୍ତ୍ରଣ ପାଇଁ ୭ ଦିନରେ ଲାସୋଟା ପ୍ରତିଷେଧକ ଟୀକା ଓ 13-୧୫ ଦିନ ଭିତରେ ଆଇ.ବି.ଡି. ଟୀକା ଆଖିରେ ପକାଇବାର ବ୍ୟବସ୍ତା କରନ୍ତୁ27 Feb 2018
50 କୁକୁଡ଼ା ମାନଙ୍କର ନାଲି ଝାଡା ହେଉଥିଲେ ଅଧା ଗ୍ରାମ ଫିଉରାସଲ କୁ ଏକ ଲିଟର ପାଣିରେ ମିଶାଇ ୩ ଦିନ ପର୍ଯ୍ୟନ୍ତ ଦିଅନ୍ତୁ27 Feb 2018
51 ବର୍ଷିମ ଘାସ ଚାଷ ୪୫ ଦିନ ର ହୋଇଗଲେ ଜମିରୁ ୨୫ ସେମି ଛାଡି କାଟନ୍ତୁ ଓ ଗୋଖାଦ୍ୟ ହିସାବରେ ବ୍ୟବହାର କରନ୍ତୁ27 Feb 2018
52 ସବୁଦିନିଆ ଗୋଖାଦ୍ୟ ଫସଲ ଯଥା- ଶଙ୍କର ନପିଆର, ପାରା, ଗିନି ଫସଲକୁ କୋଡାଖୁସା କରି ହେକ୍ଟର ପ୍ରତି ୪୦ କେଜି ଯବକ୍ଷାରଜାନ ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ22 Feb 2018
53 ଖରାଦିନିଆ ଗୋଖାଦ୍ୟ ଫସଲ ପାଇଁ ଜମି ପ୍ରସ୍ତୁତ କରନ୍ତୁ ଓ ଗୋଖାଦ୍ୟ ମକା, ବିରୀଗୁଡ଼ି ଓ ଡଙ୍ଗର ରାଣୀ ଫସଲ ଲଗାନ୍ତୁ 22 Feb 2018
54 ଖରାଦିନିଆ ଗୋଖାଦ୍ୟ ଫସଲ ପାଇଁ ଜମି ପ୍ରସ୍ତୁତ କରନ୍ତୁ ଓ ଗୋଖାଦ୍ୟ ମକା, ବିରୀଗୁଡ଼ି ଓ ଡଙ୍ଗର ରାଣୀ ଫସଲ ଲଗାନ୍ତୁ 22 Feb 2018
55 କଦଳୀରେ ଯଊପୋକ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ମିଳି ଡ଼ାଈମେଥଏଟ ପ୍ରତି ପତ୍ର କୋଣ ରେ ପ୍ରୟୋଗ କରନ୍ତୁ22 Feb 2018
56 ମାଟିଆ ଗୁଣ୍ଡି ବା ଚକଡା ପୋକର ଆକ୍ରମଣ ଦେଖାଦେଲେ ୨ ଫୁଟ ଅନ୍ତରରେ ଧାନ କିଆରୀରେ କାନ୍ଦି କରନ୍ତୁ, କୀଟନାଶକ ଫ୍ଲୋନିକମାଇଡ (୦.୩ ଗ୍ରାମ ପ୍ରତି ଲିଟର) କିମ୍ବା ଡାଇନୋଟଫୁରାନ (୦.୪ ଗ୍ରାମ ପ୍ରତି ଲିଟର) ଗଛର ମୂଳଅଂଶକୁ ଲକ୍ଷ ରଖିସିଞ୍ଚନ କରନ୍ତୁ 04 Oct 2018
Hide Main content block

Copyright © Krishi Vigyan Kendra, Bolangir

Visitor Counter

Powered by nTier Softwares